Categories: ଜାତୀୟ

ଅବସର ପ୍ରାପ୍ତ ଡିଏସପିଙ୍କ ଘରେ ଲାଗିଲା ନିଆଁ, ୬ ମୃତ

କଠୁଆ,୧୮।୧୨: ଜମ୍ମୁ କଠୁଆ ଜିଲାର ଶିବନଗରରେ ଏକ ଘରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ୪ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ବୁଧବାର ସକାଳେ ଜମ୍ମୁ କଶ୍ମୀରର କଠୁଆରେ ହୋଇଥିବା ଅଗ୍ନିକାଣ୍ଡରେ ଦୁଇ ଶିଶୁଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଥିବା ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ଆହତ ୪ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଘରେ ରହୁଥିବା ଲୋକମାନେ ଶୋଇଥିବା ବେଳେ ଘନ ଧୂଆଁ ଘର ଭର୍ତ୍ତି ହୋଇଯାଇଥିଲା।

ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ଲୋକ ଭୋର ପ୍ରାୟ ସାଢେ ଦୁଇଟାରେ ନିଆଁ ଦେଖି ଘର ଆଡକୁ ଦୌଡିଥିଲେ। ପୀଡ଼ିତାଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲ, କଠୁଆକୁ ନିଆଯାଇଥିଲା, ଯେଉଁଠାରେ ନାବାଳିକାଙ୍କ ସମେତ ୬ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।
ଡାକ୍ତରଖାନାର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ୧୦ଜଣଙ୍କୁ ଡାକ୍ତରଖାନା ଅଣାଯାଇଛି। ୬ଜଣ ମୃତ ଓ ଅନ୍ୟ ୪ଜଣ ଆହତ ହୋଇଛନ୍ତି। ଡାକ୍ତର କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଧୂଆଁ ନିଶ୍ୱାସ ନେବା ପରେ ଅର୍ଥାତ୍‌ ଧୂଆଁରେ ଅଣ ନିଶ୍ୱାସି ହୋଇଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ କେହି ପୋଡ଼ିଯିବା ବିଷୟରେ କୌଣସି ସୂଚନା ନାହିଁ।

Share