ପୁଣେ, ୨୧।୧: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ମହାରାଷ୍ଟ୍ରର ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ର ଟର୍ମିନାଲ-୧ ଗେଟ୍ରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୧୦ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଜାରି ରହିଛି। ଅଗ୍ନିକାଣ୍ଡ ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳି ନ ଥିଲେ ମଧ୍ୟ କରୋନା ଟିକା ପ୍ରସ୍ତୁତ କରାଯାଉଥିବା ଅଞ୍ଚଳ ସୁରକ୍ଷିତ ରହିଥିବା କୁହାଯାଉଛି। ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟ୍ରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହାର ନିର୍ମାଣରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଠାରେ ଟିକା ପ୍ରସ୍ତୁତ ହେଉ ନ ଥିଲା। ସମ୍ପ୍ରତି ସେରମ୍ ଇନଷ୍ଟିଚ୍ୟୁଟରେ ଅନ୍ୟ ୫ଟି କରୋନା ଟିକା ପ୍ରସ୍ତୁତି ଉପରେ କାର୍ଯ୍ୟ ଜାରି ରହିଛି। ୪ଟି ଟିକାକୁ ଖୁବ୍ ଶୀଘ୍ର ଜରୁରିକାଳୀନ ବ୍ୟବହାର ଲାଗି ମଞ୍ଜୁରୀ ମିଳିବାର ଆଶା ରହିଛି।