୧୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍‌ରେ ସମୁଦ୍ର ମଝିରେ ଲାଗିଲା ନିଆଁ

ମାନିଲା,୧୮ା୬: ଫିଲିପାଇନ୍ସରେ ୧୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଟ୍‌ରେ ନିଆଁ ଲାଗିଯାଇଥିଲା। ବୋଟ୍‌ଟି ସମୁଦ୍ର ମଝିରେ ଥିବା ବେଳେ ନିଆଁ ଲାଗିଯାଇଥିଲା। ତଟରକ୍ଷୀ ବାହିନୀ କହିଛି, ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ତଟରକ୍ଷୀ ବାହିନୀ କହିଛି ଯେ, କେନ୍ଦ୍ରୀୟ ଫିଲିପାଇନ୍ସର ସିକାଇଜୋର ପ୍ରଦେଶରୁ ବୋହୋଲକୁ ଯାଉଥିବା ସମୟରେ ରବିବାର ସକାଳେ ବୋଟ୍‌ରେ ନିଆଁ ଲାଗିଯାଇଥିଲା। ଏଥିରେ ୬୫ ଜଣ ଯାତ୍ରୀ ଏବଂ ୫୫ ଜଣ କ୍ରୁ ମେମ୍ବର ଥିଲେ।

କାଷ୍ଟଗାର୍ଡ ମୁଖପାତ୍ର ଜୟ ଗୁମ୍‌ତାୟ କହିଛନ୍ତି, ନିଆଁକୁ ଆୟତ୍ତ କରିବା ପାଇଁ ଦୁଇଟି ଜାହାଜ ନିୟୋଜିତ କରାଯାଇଛି। ଏହି ବୋଟ୍‌ରେ ଗୋଟିଏ ମୁଣ୍ଡରେ ଦୁଇଟି ଡେକ୍ସରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଜାହାଜରେ ଥିବା କୋଷ୍ଟଗାର୍ଡ ନିଆଁ ଲିଭାଇବା ପାଇଁ ପାଣି ଛିଞ୍ଚିଥିବାର ନଜର ଆସିଛନ୍ତି।ମୁଖପାତ୍ର କହିଛନ୍ତି, ବୋଟ୍‌ରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି।

Share