ପାକିସ୍ତାନର ପାଟୋକି ଶସ୍ୟ ମଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ରୁ ଅଧିକ ଦୋକାନ ପୋଡି ପାଉଁଶ

ଲାହୋର,୨୦।୮: ପାକିସ୍ତାନର କସୁର ଜିଲାରେ ଶନିବାର ଏବଂ ରବିବାର ମଧ୍ୟ ରାତିରେ ପାଟୋକିର ପୁରୁଣା ଧାନ ବଜାରରେ ନିଆଁ ଲାଗି ୫୦ରୁ ଅଧିକ ଦୋକାନରେ ନିଆଁ ଲାଗିଯାଇଥିଲା। ନ୍ୟୁଜ ଏଜେନ୍ସି ଏଏନଆଇ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜ ଆଧାରରେ ଏହି ସୂଚନା ଦେଇଛି।
ଏଆରଓ୍ବାଇ ଏହାର ରିପୋର୍ଟରେ କହିଛି ଯେ ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ପାଟୋକିର ଶସ୍ୟ ବଜାରରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ଦେଖଉ ଦେଖଉ ଏହି ନିଆଁ ବହୁ ଦୋକାନକୁ ବ୍ୟାପିଯାଇଥିଲା। ବଜାରରେ ଉପସ୍ଥିତ ଦୋକାନୀମାନେ ନିଆଁ ଦେଖିବା ପରେ ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।

ନିଆଁକୁ ଆୟତ୍ତ କରିବା ବେଳକୁ ୫୦ ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏଆରଓ୍ବାଇ ନ୍ୟୁଜ ଅନୁଯାୟୀ, ୬ଟି ଦମକଳ ଗାଡି କିଛି ଘଣ୍ଟା ଧରି ନିଆଁ ଲିଭାଇବାରେ ନିୟୋଜିତ ଥିଲେ, ଯାହା ପରେ ମଣ୍ଡିରେ ନିଆଁକୁ ନିୟନ୍ତ୍ରଣ କରାଯାଇପାରିଥିଲା।

Share