ନିରାକାରପୁର ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୩ ଦୋକାନ

ନିରାକାରପୁର,୧୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ) :ସୋମବାର ନିରାକାରପୁର ବଜାର ଭିତରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ନବୀନ ବେହେରା(ବାରମଜା ଭେରାଟି ଦୋକାନ ), ଭୀମ ସେନାପତି(ମଟର ଗ୍ୟାରେଜ), ହାପି ମାଝିଙ୍କ(ପରିବା ଦୋକାନ), ଜଳିପୋଡି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ତାଙ୍କର ଜିନିଷ ପତ୍ର ନଷ୍ଟ ହୋଇଯାଇଛି। ଏପରିକି ନବୀନଙ୍କ ଦୋକାନେରେ ଥିବା କିଛି ନଗଦ ଟଙ୍କା ମଧ୍ୟ ଏହି ନିଆଁରେ ଜଳିଯାଇଛି । ସେହିପରି ଭୀମ ସେନାପତିଙ୍କ ଗ୍ୟାରେଜଟି ଜଳି ଯାଇଥିବା ବେଳେ ରିପାରିଙ୍ଗ ପାଇଁ ଥିବା କିଛି ମୋଟର ସାଇକେଲ ମଧ୍ୟ କ୍ଷତି ଗ୍ରସ୍ତ ହୋଇଛି। ପାର୍ଶ୍ୱରେ ଥିବା ଏକ ଫାଷ୍ଟଫୁଡ ଦୋକାନ ମଧ୍ୟ ଆଂଶିକ କ୍ଷତି ଘଟିଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାରଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୁରୀ,୧୬।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି। ଦୈନିକ ୫ ଘଣ୍ଟା ଧରି ମରାମତି କାମ ହେବାକୁ ଥିବାରୁ ଏଥିପାଇଁ ଶ୍ରୀମନ୍ଦିର...

ଜଙ୍ଗଲରେ ଚଢାଉ, ୨୨ କୋଟି ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲେ ଅବକାରୀ, ପୋଲିସ

ଦିଗପହଣ୍ଡି,୧୬। ୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଏସ.ଗୋପାଳପୁର ପଞ୍ଚାୟତ ଗୋଠବଣିଆ ଜଙ୍ଗଲରେ ବେଆଇନ ଭାବେ ରୋପଣ କରାଯାଇଥିବା ଗଞ୍ଜେଇ ଗଛଗୁଡ଼ିକୁ ସୋମବାର...

ଗ୍ରାମର ବିଭିନ୍ନ ସମସ୍ୟା ନେଇ ଆଞ୍ଚଳିକ ବିକାଶ ପରିଷଦର ରାସ୍ତାରୋକୋ

ଥୁଆମୂଳ ରାମପୁର,୧୬ା୧୨ (ଦୁର୍ଗା କୀର୍ତ୍ତି): ଗ୍ରାମର ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁରଠାରେ ସୋମବାର ଗୁଣୁପୁର ଆଞ୍ଚଳିକ ବିକାଶ ପରିଷଦ...

ଆନ୍ଧ୍ରକୁ ଧାନ ଚାଲାଣ ସନ୍ଦେହ: ତହସିଲଦାର ଅଟକାଇଲେ ୪ ଧାନ ବୋଝେଇ ଗାଡ଼ି

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତହସିଲଦାର ଅନୀତା କୁମାରୀ ସାହୁଙ୍କ ନେତୃତ୍ୱରେ ସୋମବାର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଦିଗପହଣ୍ଡି- ଚିକିଟି ମୁଖ୍ୟରାସ୍ତାର କଲ୍ୟାଣପୁର ନିକଟରୁ ୪ଟି ଧାନବୋଝେଇ...

ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା: ରୌପ୍ୟ ହାସଲକରି ଗଞ୍ଜାମ ପାଇଁ ଆଣିଲେ ଗୌରବ ଆଣିଲେ….

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲର ୮ମ ଶ୍ରେଣୀ ଛାତ୍ର ଶୁଭାଶିଷ ରଥ ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଭାଗନେଇ ରୌପ୍ୟ...

ନବୋଦୟ ପରୀକ୍ଷାରେ ବିଶ୍ୱଜିତ ଗଞ୍ଜାମ ଜିଲା ଟପ୍ପର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଚଳିତ ବର୍ଷ ୨୦୨୪/୨୫ ନବୋଦୟ ପରୀକ୍ଷାରେ ଜିଲା ଟପ୍ପର ହୋଇଛନ୍ତି ବିଶ୍ୱଜିତ ଦାସ୍‌। ଗଞ୍ଜାମ ବ୍ଲକ ଅନ୍ତର୍ଗତ କଳାଯମୁନା ପ୍ରାଥମିକ ବିଦ୍ୟାଳୟ ପଞ୍ଚମ...

ବିଭିନ୍ନ କ୍ରୀଡାରେ ଭାଗନେଲେ ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୧୬।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାର ଦ୍ବାରା ପରିଚାଳିତ...

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ବଲାଙ୍ଗୀର,୧୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସକୁ ବଡ଼ଧରଣର ସଫଳତା ମିଳିଛି। ବଲାଙ୍ଗୀର ଜିଲା ଛତରଦାଣ୍ଡି ସଂରକ୍ଷଣ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri