ଧୂଷୁରୀ, ୫।୪, ( ଦୀପ୍ତି ରଞ୍ଜନ ନାୟକ ) : ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଅର୍ଜୁନପୁର ପଞ୍ଚାୟତ ମମଦୁଲା ଗ୍ରାମରେ ବିଳମ୍ବିତ ରାତିରେ ନିଆଁଲାଗି ସମ୍ପୂର୍ଣ୍ଣ ଧ୍ବଂସ ହୋଇ ଯାଇଛି । ଅଗ୍ନିକାଣ୍ଡ ବେଳେ ପରିବାର ଲୋକେ ଘରେ ନଥିଲେ । ସମସ୍ତେ କିଛିଦିନ ହେବ ବେଙ୍ଗାଲୁର ଯାଇଛନ୍ତି । ଅଗ୍ନିକାଣ୍ଡରେ ସୁଦର୍ଶନଙ୍କର ଟିଭି, ଫ୍ରିଜ, ବାଇକ, ଆସବାବପତ୍ର ସମେତ ପ୍ରାୟ ୪ ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଧାମନଗରରୁ ଦମକଳ ଆସି ପହଞ୍ଚି ଥିଲେ ବି କିଛି ସୁଫଳ ମିଳି ପାରି ନଥିଲା । ଧୂଷୁରୀ କିମ୍ବା ସାଆଁଳପୁରରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲେ ବି ସରକାରୀ ଉଦାସୀନତା ଯୋଗୁଁ ଏହା ପ୍ରତିଷ୍ଠା ହୋଇପାରୁନି । ଏଥିଲାଗି ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି ।