ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ ଲାଗି ଜଙ୍ଗଲ ଜଳିବାରେ ଲାଗିଛି। ବୁଧବାର ପାଟଣା ରେଞ୍ଜର ସୋରାସକୋଲା, ଭିମାପଡ଼ା ବଲାଣିପଶି ଗ୍ରାମ୍ୟ ଜଙ୍ଗଲ ସହ ମାନପୁର ସଂରକ୍ଷିତ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ଶହଶହ ସଂଖ୍ୟକ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଜଙ୍ଗଲ ନିଆଁ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଜଙ୍ଗଲ ନିଆଁ ଗାଁ ମୁହାଁ ହେଉଥିବାରୁ ଗାଁକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ କୁନି କୁନି ପିଲାମାନେ ଅଣ୍ଟା ଭିଡି ଗାଁ ଆଡ଼କୁ ଚରୁଥିବା ନିଆଁକୁ ଆୟତ୍ତ କରିଥିଲେ। କୁନି କୁନି ପିଲାମାନଙ୍କ ଏଭଳି କାର୍ଯ୍ୟ ରୁବଡ ଲୋକେ ଅନୁପ୍ରାଣିତହେବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି।ଭିମାପଡା ଗ୍ରାମର ଗ୍ରାମ୍ୟ ଜଙ୍ଗଲ ରୁ ନିଆଁ ବ୍ୟାପି ଗାଁ ଆଡ଼କୁ ମାଡି ଆସୁଥିବା ବେଳେ ଗ୍ରାମର କୁନି କୁନି ପିଲାମାନେ ହାତରେ ଗଛ ଡାଳ ଧରି ଧାଇଁ ଧାଇଁ ନିଆଁ ଲିଭା କାର୍ଯ୍ୟ କରିଥିଲେ। ଗୋଟେ ପଟରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରୁଥିବା ବେଳେ ଅନ୍ୟ ପଟରେ ଗାଁ ଆଡ଼କୁ ନିଆଁ ନଯିବା ପାଇଁ କୁନୁକୁନି ପିଲ ନିଆଁକୁ ଲିଭାଇକୁ ଚେଷ୍ଟା କରିବା ଘଟଣାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି