ଭଦ୍ରକ ଅଫିସ,୧୩।୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ପଞ୍ଚାୟତ ମହଲାସାହିରେ ଶନିବାର ରାତିରେ ବିଦ୍ୟୁତ୍ ଶର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିରେ ତାଙ୍କ ସ୍ବାମୀ ଓ ୧୦ ବର୍ଷର ଝିଅ ପୋଡ଼ିଯାଇ ଗୁରୁତର ହୋଇଛନ୍ତି। ମୃତକ ମହିଳା ହେଲେ ଭାରତୀ ବେହେରା। ଆହତ ସ୍ବାମୀ ଓ ଝିଅଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡରେ ୨ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଭଦ୍ରକ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରି ମହିଳାଙ୍କ ମୃତଦେହ ବାହାର କରିଥିଲେ।