ମଶାଧୂପରୁ ଲାଗିଲା ନିଆଁ, ୩ ଯବାନ ଗୁରୁତର

ଭଦ୍ରକ ଅଫିସ,୯ା୧୧: ଓଏସ୍‌ଏପିର ୫ମ ବାଟାଲିଅନର ୩ ଯବାନ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ରାତିରେ ଶୋଇଥିବା ବେଳେ ମଶାଧୂପରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଭଦ୍ରକ ଜିଲା ପୁରୁଣାବଜାର ଥାନାରେ ଏପରି ଅଘଟଣ ଘଟିଛି।
ସୂଚନାନୁଯାୟୀ, ଭଦ୍ରକ ଜିଲା ପୁରୁଣାବଜାର ଥାନାରେ ୫ମ ବାଟାଲିୟନର ପୋଲିସ କର୍ମଚାରୀ ଡ୍ୟୁଟିରେ ମୁତୟନ ହୋଇଥିଲେ। ଡ୍ୟୁଟି ସାରି ଥାନା ପରିସରରେ ଥିବା ଷ୍ଟୋର ରୁମ୍‌ ନିକଟରେ ଶୋଇଥିଲେ। ଶୋଇବା ବେଳେ ଲଗାଇଥିବା ମଶାଧୂପରୁ ହଠାତ୍‌ ନିଆଁ ଲାଗିଯାଇଥିଲା। ଏଥିରେ ଯବାନ ମନୋରଞ୍ଜନ ଘଡ଼େଇ, ଗଣେଶ ନାୟକ, ସଂଗ୍ରାମ ଟୁଡୁ ପୋଡ଼ି ଗୁରୁତର ହୋଇଛନ୍ତି। ସମସ୍ତଙ୍କ ଘର ବାରିପଦା ଅଞ୍ଚଳର ବୋଲି ଜଣାପଡ଼ିଛି।

Share