୨ ଟ୍ରେନ୍‌ରେ ଲାଗିଲା ନିଆଁ

ଜଳେଶ୍ୱର,୧୫ା୭(ରବିନାରାୟଣ ପାତ୍ର): ଖଡ଼ଗପୁର ରେଲଓ୍ବେ ଡିଭିଜନ୍‌ର ଜଳେଶ୍ୱର-ଦାନ୍ତୁନ ମଧ୍ୟରେ ୨ଟି ଟ୍ରେନ୍‌ରେ ନିଅଁା ଲାଗିଥିବା ସୂଚନା ମିଳିଛି। ଖଡ଼ଗପୁର-ଭଦ୍ରକ ମେମୋ ଟ୍ରେନ୍‌ ଇଞ୍ଜିନରେ ନିଅଁା ଲାଗିଥିବା ବେଳେ ଭଦ୍ରକରୁ ଖଡଗପୁରର ନିମପୁରା ରେଲଓ୍ବେ ୟାର୍ଡକୁ ଏକ କୋଇଲା ବୋଝେଇ ମାଲଗାଡ଼ିି ଯାଉଥିବା ସମୟରେ ଦାନ୍ତୁନଠାରେ ନିଅଁା ଲାଗି ଧୂଅଁାମୟ ହୋଇଯାଇଥିଲା।
ପ୍ରକାଶ ଯେ, ଶୁକ୍ରବାର ସକାଳ ୭ଟାରେ ଖଡ଼ଗପୁର-ଭଦ୍ରକ ମେମୋ ଟ୍ରେନ୍‌ ପଶ୍ଚିମବଙ୍ଗ – ଓଡ଼ିଶା ସୀମା ନିକଟରେ ପହଞ୍ଚତ୍ଥିଲା। ଲକ୍ଷ୍ମଣନାଥ ରେଳ ଷ୍ଟେଶନର ଅନତି ଦୂରରେ ଉକ୍ତ ଟ୍ରେନ୍‌ ଇଞ୍ଜିନରେ ନିଅଁା ଲାଗିଥିବା ଜାଣି ଲୋକୋପାଇଲଟ ଆସୁ ସୁରକ୍ଷା ବ୍ୟବସ୍ଥା କରିଥିଲେ। ଟ୍ରେନ୍‌ ଅଟକିବା ମାତ୍ରେ ଯାତ୍ରୀମାନେ ଭୟରେ ଡେଇଁବାକୁ ଲାଗିଥିଲେ। ରେଳ କର୍ମଚାରୀ ନିଅଁା ଲିଭାଇବା ପରେ ଟ୍ରେନ୍‌ଟି ଗନ୍ତବ୍ୟପଥରେ ଯାଇଥିଲା। ସେହିପରି ଦାନ୍ତୁନଠାରେ କୋଇଲା ବୋଝେଇ ମାଲଗାଡ଼ିରେ ନିଅଁା ଲାଗିଥିବା ଜଣାପଡ଼ିଥିଲା। କୋଇଲା ୱାଗନ୍‌ରୁ ପ୍ରବଳ ଧୂଅଁା ବାହାରୁଥିବା ଦେଖି ଏହାକୁ ଅଟକାଇ ନିଅଁା ଲିଭା ଯାଇଥିଲା।

Share