Categories: ଜାତୀୟ

୨୪ ଘଣ୍ଟାରେ ୪୫ ଜଙ୍ଗଲରେ ନିଆଁ

ଡେରାଡୁନ୍‌,୫।୪: ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ୪୫ଟି ଜଙ୍ଗଲରେ ନିଆଁ ଲାଗିଛି। ରବିବାର ଏଭଳି ଘଟିଥିବା ଜଣାପଡ଼ିଛି। ଏହାଯୋଗୁ ୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୭ ପ୍ରାଣୀ ଜଳି ଯାଇଛନ୍ତି। ଜଙ୍ଗଲ ନିଆଁ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଏନେଇ ଏକ ଜରୁରୀ ବୈଠକ ଡକାଇବା ସହିତ ନିଆଁ ଲିଭାଇବା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି। ଜଙ୍ଗଲ ନିଆଁର ମୁକାବିଲା ଲାଗି ହେଲିକପ୍ଟର କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୬ ମାସ ମଧ୍ୟରେ ରାଜ୍ୟରେ ୧୦୦୦ ଥର ଜଙ୍ଗଲରେ ନିଆଁ ଲାଗିଛି। ଏନେଇ ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି।

Share