ଖୋର୍ଦ୍ଧା,୬।୧୦: ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟୁଡିଓରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା ପାଇଁ ଖୋର୍ଦ୍ଧା ବେଗୁନିଆର ଦମକଳ ବାହିନୀ ନିୟୋଜିତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।
ସୂଚନାଯୋଗ୍ୟ, ବୁଧବାର ଷ୍ଟୁଡିଓରେ ଶୁଟିଂ ଥିଲା। ଶୁଟିଂ ସରିବା ପରେ ରାତିରେ ସମସ୍ତେ ସେଠାରୁ ଚାଲି ଯାଇଥିବା ବେଳେ ଷ୍ଟୁଡିଓ ଗେଟ୍ରେ ତାଲା ପଡ଼ିଥିଲା ମାତ୍ର ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ଭୋରରୁ ସ୍ଥାନୀୟ ଲୋକେ ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ୪ଟି ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।