ରାଜଧାନୀର ଏକ ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ଭୁବନେଶ୍ୱର,୨୦।୬: ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି।

ପଟିଆ ଛକ ନିକଟରେ ଥିବା କେ.କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ୫୦୮ ନଂ ଫ୍ଲାଟରୁ ସକାଳୁ ସକାଳୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଏହା ଚାରିଆଡକୁ ବ୍ୟାପିଯାଇଥିଲା।

 

Share