Categories: ଜାତୀୟ

ପୁଞ୍ଛ-ଜମ୍ମୁ ହାଇଓ୍ବେରେ ସେନା ଗାଡିରେ ଲାଗିଲା ନିଆଁ, ଅନେକେ ଯବାନ ଫସି ରହିଥିବା ଆଶଙ୍କା

ଜମ୍ମୁ,୨୦।୪: ଜମ୍ମୁ-କଶ୍ମୀରର ପୁଞ୍ଛ ଜିଲାରେ ଗୁରୁବାର ଏକ ସେନା ଟ୍ରକରେ ନିଆଁ ଲାଗି ଯାଇଛି। ଏହି ଗାଡିରେ କେତେଜଣ ଯବାନ ଫସି ରହିଥିବା ଅନୁମାନ କରାଯାଉଛି। ଏଥିରେ ୩-୪ ଜଣ ଯବାନ ଶହୀଦ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ସେନା ଅଧିକାରୀଙ୍କ ବୟାନକୁ ଅପେକ୍ଷା କରାଯାଇଛି।

ଏହି ଘଟଣା ଭାଟା ଧୁରିୟାନ ଅଞ୍ଚଳରେ ହୋଇଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୁଳି ମାରିବାରୁ ଏହି ଘଟଣା ଘଟିଛି। ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ସେନା ସ୍ପଷ୍ଟ କରିଛି। ସେନା ଏହି ଦୁର୍ଘଟଣାରେ ୩-୪ ଜଣ ଯବାନ ଶହୀଦ ହୋଇଥିବା କଥା ବି କହୁଛି। ଏବେ ଘଟଣାର ଯାଞ୍ଚ ପାଇଁ ଟିମ ବାହାରି ଯାଇଛନ୍ତି। ସେନାର ବରିଷ୍ଠ ଅଧିକାରୀ ବି ଉକ୍ତ ସ୍ଥାନରେ ପହଞ୍ଚିବେ। ଅଫିସିୟାଲ ବୟାନ ଆସିବାକୁ ସମୟ ଲାଗିବ।

Share