Categories: ଜାତୀୟ

ଆଷ୍ଟି-ଅହମଦନଗର ଟ୍ରେନ୍‌ରେ ନିଆଁ

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରର ବିଡ୍‌ ଜିଲା ଅନ୍ତର୍ଗତ ଆଷ୍ଟି ସହରରୁ ଅହମଦନଗର ଯାଉଥିବା ଡେମୁ ଟ୍ରେନ୍‌ର ୫ଟି ବଗିରେ ସୋମବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଫଳରେ ଯାତ୍ରୀମାନଙ୍କୁ ତୁରନ୍ତ ଟ୍ରେନ୍‌ରୁ ଓହ୍ଲାଇ ଦିଆଯାଇଛି। ନାରାୟଣଡୋହ ଏବଂ ଅହମଦନଗର ଷ୍ଟେଶନ ମଧ୍ୟବର୍ତ୍ତୀ ସ୍ଥାନରେ ଏହି ଅଗ୍ନିକାଣ୍ଡ ଘଟିଛି। ଗାର୍ଡ ପାଖ ବ୍ରେକ୍‌ ଭ୍ୟାନ୍‌ ଏବଂ ଏହା ନିକଟରେ ଥିବା ୪ଟି ବଗିରେ ନିଆଁ ଲାଗିଯାଇଥିଲା। ୪ଟି ଦମକଳ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କେହି ମୃତାହତ ହୋଇନାହାନ୍ତି। ଘଟଣାସ୍ଥଳକୁ ରିଲିଫ୍‌ ଟ୍ରେନ୍‌ ପଠାଯାଇଛି।

Share