ପୁରୀ ଯାଉଥିଲେ ରାସ୍ତାରେ ଜାଣିଲେ ନିଆଁ ଲାଗି ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ସୁନାଗହଣା, ନଗଦ ଟଙ୍କା

ଔପଦା, ୨୭।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଗରୁଡ଼ହତା ଗ୍ରାମର ବସନ୍ତ ରାଉତ ଓ ତାଙ୍କ ସାନ ଭାଇ ଶ୍ରୀକାନ୍ତଙ୍କ ଘରେ ନିଅଁା ଲାଗି ସୁନାଗହଣା, ନଗଦ ଟଙ୍କା ଓ ଜମି କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି। ଦୁଇ ଭାଇଙ୍କ ପରିବାର ଲୋକେ କାର୍ତ୍ତିକ ପୂର୍ଣ୍ଣିମା ଲାଗି ୨୬ ତାରିଖ ରାତି ୯ଟାରେ ଗାଡିରେ ବସି ପୁରୀ ଅଭିମୁଖେ ଯାଉଥିବା ବେଳେ ଅଧାବାଟରେ ତାଙ୍କ ଘରେ ନିଅଁା ଲାଗିଥିବା ଜାଣିବାକୁ ପାଇଥିଲେ। ସେଠାରୁ ଘରକୁ ଫେରି ନିଆଁରେ ପୋଡ଼ି ସବୁ ପାଉଁଶ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ତିନିଭାଇ ବସନ୍ତ, ଅନନ୍ତ ଓ ଶ୍ରୀକାନ୍ତଙ୍କର ଲାଗି କରି ଥିବା ପାଞ୍ଚ ବଖରା ଘର ପୋଡିଯାଇଥିବା ବେଳେ ବସନ୍ତଙ୍କ ଝିଅ ବାହାଘର ପାଇଁ ରଖିଥିବା ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ସୁନାଗହଣା ଓ ଜମି କାଗଜପତ୍ର ପୋଡ଼ି ଯାଇଥିବା ଜଣାଯାଇଛି। ଦମକଳ ବାହିନୀ ସେଠାରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବା ଜଣାଯାଇଛି।