ଢାକା,୪।୪: ବାଂଲାଦେଶର ରାଜଧାନୀ ଢାକାରେ କପଡାର ସବୁଠାରୁ ବଡ ବଜାର ‘ବାଙ୍ଗବାଜାର’ରେ ମଙ୍ଗଳବାର ସକାଳେ ନିଆଁ ଲାଗିଯାଇଛି। ସେଠାରେ କପଡାର ୬ ହଜାରରୁ ଅଧିକ ଦୋକାନ ରହିଛି। କୁହାଯାଉଛି କି ଏବେ ପର୍ଯ୍ୟନ୍ତ ୨ ଡଜନରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ଆର୍ମି ଓ ଏୟାର ଫୋର୍ସ ଲାଗି ରହିଛନ୍ତି। ଏବେ ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ରାଜଧାନି ଢାକାର ପ୍ରସିଦ୍ଧ କପଡା ବଜାରରେ ନିଆଁ ଲାଗିଯାଇଛି। ଦେଖୁ ଦେଖୁ ଏହି ନିଆଁ ତାର ବିକଟାଳ ରୂପ ଧାରଣ କରିଥିଲା। ଏହାର କିଛି ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି। ଦମକଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଆଁ ଲିଭା କାର୍ଯ୍ୟରେ ୪୭ ଦମକଳ ଲାଗିଛି। ଏବେ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡି ନାହିଁ।