ଅଳିଆଗଦାରୁ ବ୍ୟାପି ବାରାହୀ ପାହାଡ଼ରେ ନିଆଁ

ହିଞ୍ଜିଳିକାଟୁ,୭ା୩: ହିଞ୍ଜିଳିକାଟୁ ସହର ନିକଟସ୍ଥ ବାରାହୀ ପାହାଡ଼ରେ ରବିବାର ନିଆଁ ଲାଗିଥିଲା। ଦମକଳ ବାହିନୀ ଓ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ପ୍ରୟାସରେ ନିଆଁକୁ ଆୟତ୍ତ କରାଯାଇଥିଲା। ପାହାଡ଼ ନିକଟରେ ଥିବା ଜନବସତିର ଅଳିଆଗଦାରୁ ନିଆଁ ଶୁଖିଲା ପତ୍ରରେ ଲାଗି ପାହାଡ଼କୁ ବ୍ୟାପି ଥିବା ଆଲୋଚନା ହେଉଛି। ପାହାଡ଼ରେ ସମାଜିକ ବନୀକରଣ ଯୋଜନାରେ ବ୍ୟାପକ ଗଛ ଲଗାଯିବା ସହ କନକ ଦୁର୍ଗା ମନ୍ଦିର କମିଟି, ଗାୟତ୍ରୀ ପରିବାର ପକ୍ଷରୁ ମଧ୍ୟ ଚାରା ରୋପଣ କରାଯାଇଛି। କିଛି ଦିନ ତଳେ ସହର ନିକଟ ମେଣ୍ଢାଖାଇ ପାହାଡ଼ରେ ମଧ୍ୟୁ ନିଆଁ ଲାଗି ବହୁ ଗଛ ପୋଡ଼ି ନଷ୍ଟ ହୋଇଥିଲା।

Share