ଖୋର୍ଦ୍ଧା ଅଫିସ, ୨୩।୩: ଖୋର୍ଦ୍ଧା ଜିଲା ବରୁଣେଇ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଜଟଣୀ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବିଭିନ୍ନ ସ୍ଥାନରେ ନିଆ ଲାଗିଯିବାରୁ ତାକୁ ଆୟତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଥିଲା। ପାହାଡ ଉପରେ ନିଆଁ ଲାଗିଥିବାରୁ ପାଣି ଟାଙ୍କି ଉପରକୁ ଯାଇ ପାରି ନଥିଲା। କର୍ମଚାରୀମାନେ ହାତରେ କାଠ, ଡାଳପତ୍ର ଏବଂ ପାଣି ପାଉଚ ଧରି ନିଆକୁ ଆୟତ କରିଥିଲେ।