ନିର୍ବାଚନର ଦୁଇଦିନ ପୂର୍ବରୁ ହିଂସା, ବେନାପୋଲ ଏକ୍ସପ୍ରେସ ଟ୍ରେନରେ ନିଆଁ , ୪ ମୃତ

ଢାକା,୬।୧: ବାଂଲାଦେଶର ଗୋପିବାଗରେ ବେନାପୋଲ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯାଇଥିବା ଜଣାପଡିଛି। ଢାକା ଟ୍ରିବ୍ୟୁନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଢାକା ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ଶୁକ୍ରବାର ରାତି ପ୍ରାୟ ୯ଟା ୫ ମିନିଟରେ ଏହି ନିଆଁ ଲାଗିଥିବା ବେଳେ ଟ୍ରେନର ୫ଟି ବଗିକୁ ଏହା ବ୍ୟାପି ଯାଇଥିଲା। ତେବେ ମୃତ ୪ ଜଣଙ୍କର ପରିଚୟ ଏବେ ପର୍ଯ୍ୟନ୍ତ ମିଳିପାରି ନାହିଁ। ନିଆଁ ଲିଭା କାର୍ଯ୍ୟରେ ୭ଟି ଦମକଳ ଲାଗିଥିଲେ।
ଏହି ଘଟଣା ପରେ ଢାକା ମେଟ୍ରୋପଲିଟାନ ପୋଲିସ(ଡିଏମପି) ଆଡିସନାଲ କମିଶନର(କ୍ରାଇମ ଆଣ୍ଡ ଅପରେଶନ୍ସ) ମାହିଦ ଉଦିନ କହିଛନ୍ତି ଯେ ବେନାପୋଲ ଏକ୍ସପ୍ରେସରେ ନିଆଁ ଲାଗିବା ଏକ ଯୋଜନାବନ୍ଧ ଆକ୍ରମଣ ବା ପ୍ଲାନ୍ଡ ଆଟାକ।
ବାଂଲାଦେଶ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକିଥିବା ବେଳେ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ତେବେ ଏହି ଘଟଣାରେ ଦୋଷୀଙ୍କୁ ଚିହ୍ନଟ କରାଯାଇ ନିଶ୍ଚିତ କଠୋର ଦିଣ୍ଡ ଦିଆଯିବ ବୋଲି ସେ କହିଛନ୍ତି। ଏହାସହ ସାଧାରଣ ଜନତା, ଛୋଟ ପିଲା ଓ ମହିଳାଙ୍କ ପ୍ରତି ଏଭଳି ବ୍ୟବହାର ଅମାନବିକତା ବୋଲି ସେ କହିଛନ୍ତି।

Share