କୋଲକାତା,୧୩ା୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ଥିବା ରାଜ୍ୟ ସଚିବାଳୟ ବିଲ୍ଡିଂର ୧୪ ତମ ମହଲାରେ ମଙ୍ଗଳବାର ନିଆଁ ଲାଗିଯାଇଥିଲା। ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ପୋଲିସ କହିଛି। ମୁଖ୍ୟ ଶାସନ ସଚିବ ଏଚ୍. କେ. ଦ୍ୱିବେଦୀ ସମ୍ପୂର୍ଣ୍ଣ ବିଲ୍ଡିଂରେ ଅଗ୍ନିଶମ ବ୍ୟବସ୍ଥାର ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଗାପୂଜା ଯୋଗୁ ସଚିବାଳୟ ବନ୍ଦ ଥିବାରୁ ଦୁର୍ଘଟଣା ସମୟରେ ମମତା କାର୍ଯ୍ୟାଳୟରେ ନ ଥିଲେ।