Advertisement

କୋଇଲା ଟ୍ରେନ୍‌ରେ ନିଆଁ

ଭଣ୍ଡାରିପୋଖରୀ/ବନ୍ତ,୨୮।୧୨(ସ୍ବ.ପ୍ର./ଡି.ଏନ.ଏ.: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ୍‌ ରେଳ ଷ୍ଟେଶନ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରେନ୍‌ଟି ପାରାଦୀପରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ମଞ୍ଜୁରୀରୋଡ୍‌ ଷ୍ଟେଶନର ଡାଉନ ଲାଇନରେ ଟ୍ରେନ୍‌ ଅଟକି ରହିଥିଲା। ଖବରପାଇ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ନ ଥିଲା। ଷ୍ଟେଶନ ପାର୍ଶ୍ୱ ଅଞ୍ଚଳରେ ଚାଷଜମି ରହିଥିବା ବେଳେ ସଂକୀର୍ଣ୍ଣ ସ୍ଥାନ ଯୋଗୁ ନିଆଁ ଆୟତ୍ତ ହୋଇ ନ ଥିଲା। ଏହାପରେ ଟ୍ରେନ୍‌କୁ କେନ୍ଦୁଆପଦା ଷ୍ଟେଶନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରାୟ ୪ରୁ ୫ଘଣ୍ଟା ପରିଶ୍ରମ ପରେ ଧାମନଗର ଓ ଭଣ୍ଡାରିପୋଖରୀ ଦମକଳ ବାହିନୀ ନିଆଁ ଲିଭାଇବାକୁ ସକ୍ଷମ ହୋଇଥିଲେ। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ରେଳ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share