ପାରାଦୀପ,୧୧।୨(ଶରତ ରାଉତ)ପାରାଦୀପ ବନ୍ଦର ସହର ନିକଟସ୍ଥ ବେଳାଭୂମିରେ ଥିବା ଝାଉଁ ଜଙ୍ଗଲରେ ଶନିବାର ସାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ସେଠାରେ ଥିବା ଶତାଧିକ ଝାଉଁଗଛ ପୋଡ଼ିଯାଇଛି। ଖବରପାଇ ପୋର୍ଟ ସିଆଇଏସ୍ଏଫ୍ର ଦମକଳ ଗାଡି ପହଞ୍ଚତ୍ ନିଆଁକୁ ଆୟତ୍ତ କରିଛି। ଝାଉଁଗଛ ତଳେ ଶୁଖିଲା ପତ୍ର, ଡାଳ ଓ ଆବର୍ଜନା ଥିବାରୁ ନିଆଁ ଲାଗିବା ପରେ ଏହା ବ୍ୟାପୀ ଯାଇଥିଲା। ଉକ୍ତ ଝାଉଁ ଜଙ୍ଗଲ ମଧ୍ୟରେ ଛୋଟ ଛୋଟ ପିଣ୍ଡି ରହିଛି। ପର୍ଯ୍ୟଟକମାନେ ବସିବା ପାଇଁ ଏହା ହୋଇଥିଲା। କିନ୍ତୁ ସେଠାରେ ପ୍ରାୟତଃ ନିଶାଡିମାନେ ସନ୍ଧ୍ୟା ସମୟରେ ବସିଥାନ୍ତି। ଏଥିପାଇଁ ନିଶାସକ୍ତମାନେ ଏପରି କରିଥିବା ଆଶଙ୍କା କରାଯାଉଛି। ରିପୋର୍ଟ ଲେଖାହେବା ସୁଦ୍ଧା କୁଜଙ୍ଗ ବନାଞ୍ଚଳ ଅଧିକାରୀଙ୍କ ପାଖରେ ଖବର ନାହିଁ ବୋଲି ରେଞ୍ଜର ରଞ୍ଜନ ମିଶ୍ର କହିଛନ୍ତି।