ଜଳିଗଲା ବାଣ ଦୋକାନ

ଜଗତସିଂହପୁର,୧୨।୧୧: ଆଜି ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ, ମିଠା ଖାଇ ଲୋକ ଦୀପାବଳୀ ପାଳନ କରୁଛନ୍ତି। କିନ୍ତୁ ପାରାଦୀପରେ ଏତିକିବେଳେ ଏକ ଅଘଟଣ ଘଟି ଯାଇଛି। ପାରାଦୀପର ଏକ ବାଣ ଦୋକାନରେ ଭୋର ସମୟରେ ନିଆଁ ଲାଗି ଯାଇଛି। ଲକ୍‌ ଥାନା ନୂଆଗଡ ଛକରେ ଥିବା ବାଣ ଦୋକାନ ଜଳି ଯାଇଛି। ସ୍ଥାନୀୟ ଲୋକ ମିଶି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଥିବା ଜଣାପଡିଛି। କିନ୍ତୁ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

Share