Categories: ଜାତୀୟ

ଆନନ୍ଦପୁର ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀର ଆନନ୍ଦପୁର ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ମଣ୍ଡି ହେଉଛି ଏସିଆର ସବୁଠାରୁ ବଡ଼ ଫଳ ପରିବା ବଜାର। ନିଆକୁ ଆୟତ କରିବାରେ ଦମକଳବାହିନୀ ଲାଗିପଡ଼ିଛନ୍ତି। ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପରିବାର ବଜାର ଜଳିଯାଇଛି।

ସୂଚନାଯୋଗ୍ୟ, ବଜାରରେ ଥିବା ଏକ ଟମାଟୋ ଦୋକାନରୁ ପ୍ରଥମେ ନିଆଁ ଲାଗିଥିଲା। ସା ପ୍ରାୟ ସାଢ଼େ ୫ଟା ବେଳେ ନିଆଁ ଲାଗିଥିବା ବେଳେ କିଛି ସମୟ ମଧ୍ୟରେ ପୂରା ବଜାରରେ ନିଆଁ ବ୍ୟାପିଯାଇଥିଲା।

Share