ଧନିଆ ପାହାଡ଼ରେ ନିଆଁ, ଜଳିଗଲା ଗଛ

ଚଣ୍ଡିଖୋଲ/ଛତିଆ,୪ା୩(ଡି.ଏନ.ଏ.): ଯାଜପୁର ଜିଲା ବୈରୀ ଡାଳିଯୋଡ଼ା ବନ ବିଭାଗ ରେଞ୍ଜ ଅଧୀନ ଧନିଆ ପାହାଡ଼ରେ ଶୁକ୍ରବାର ହଠାତ ନିଅଁା ଲାଗି ଅନେକ ଗଛ ଜଳିଯାଇଛି। ଖବର ପାଇ ବନ ବିଭାଗ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ପାହାଡ଼ର ସୋଲର ପଞ୍ଚାୟତ ଅଧୀନ ଛତିଆ ଅମରାବତି ପଟରୁ ନିଆଁ ପ୍ରଥମେ ଲାଗିଥିଲା। ସ୍ଥାନୀୟ ଲୋକମାନେ ଏହାଦେଖି ସଙ୍ଗେସଙ୍ଗେ ବନ ବିଭାଗ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ମିଳିତ ଉଦ୍ୟମ ଫଳରେ ଜଙ୍ଗଲରୁ ନିଆଁକୁ ଆୟତ୍ତ କରଯାଇଥିଲା। ଏହି ପାହାଡ଼ ପାଦ ଦେଶରେ ସରକାରୀ ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର, ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ଓ ସେବକ ଜରାଶ୍ରମ ଉଦାସ ଆଶ୍ରମ ଭଳି ବହୁତ ଅନୁଷ୍ଠାନ ରହିଛି। ସେଥିପାଇଁ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

Share