Categories: ଜାତୀୟ

ମୁମ୍ବାଇ ମଲ୍‌ରେ ଅଗ୍ନିକାଣ୍ଡ: ୫୬ ଘଣ୍ଟା ପରେ ଲିଭିଲା ନିଆଁ

ମୁମ୍ବାଇ,୨୫ ।୧୦: ମୁମ୍ବାଇର ସିଟି ସେଣ୍ଟର ମଲରେ ଲାଗିଥିବା ନିଆକୁ ପାଖାପାଖି ୫୬ ଘଣ୍ଟା ପରେ ଲିଭାଯାଇଛି । କୁହାଯାଉଛି କି ନିକଟରେ ଯେତେ ଅଗ୍ନିକାଣ୍ଡ ହୋଇଛି ଏହା ସବୁଠାରୁ ବଡ ଅଗ୍ନିକାଣ୍ଡ ଯେଉଁଥିପାଇଁ ଦମକଳ ବାହିନୀକୁ କଠିନ ପରିଶ୍ରମ କରିବାକୁ ପଡିଛି । ସୂଚନାଯୋଗ୍ୟ, ମଧ୍ୟ ମୁମ୍ବାଇର ସିଟି ସେଣ୍ଟର ମଲର ଦ୍ୱିତୀୟ ମହଲାରେ ଗୁରୁବାର ରାତି ପ୍ରାୟ ୮ଟା ୫୦ ମିନିଟରେ ନିଆଁ ଲାଗି ଯାଇଥିଲା । ଜଣେ ଦମକଳ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଏହାକୁ ଲିଭାଇବାକୁ ପାଖାପାଖି ୧୪ ଦମକଳ ଇଞ୍ଜିନ ଓ ୧୭ଟି ବଡ ଟ୍ୟାଙ୍କର କାମରେ ଲାଗିଥିଲା । ନିଆ ଲିଭିଥିଲେ ବି ଏବେ ସେହି ସ୍ଥାନକୁ ଥଣ୍ଡା କରିବା କାମ ଚାଲିଛି । ନିଆଁ ଲିଭାଇବା ସମୟରେ ୫ ଦମକଳ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଚଳିତ ମାସ ଆରମ୍ଭରେ ଦକ୍ଷିଣ ମୁମ୍ବାଇର କଟଲରି ବଜାରରେ ଲାଗିଥିବା ନିଆଁ ଲିଭିବାକୁ ୪୫ ଘଣ୍ଟା ସମୟ ଲାଗିଥିଲା ।

Share