ନୂଆଦିଲ୍ଲୀ,୧।୧୧: ଦେଶର ରାଜଧାନୀ ଦିଲ୍ଲୀର ନରେଲା ଅଞ୍ଚଳରେ ଥିବା ଏକ ପାଇପ କାରଖାନାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ବି ଫସି ରହିଛନ୍ତି। ସୂଚନା ପାଇବା ମାତ୍ରେ ଅନେକ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଛି।
ସୂଚନା ଅନୁଯାୟୀ, ସକାଳ ୯.୩୫ରେ ନରେଲା ଅଞ୍ଚଳରୁ ସୂଚନା ପାଇବା ପରେ ୧୦ଟି ଅଗ୍ନିଶମ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁହାଯାଉଛି ଯେ କାରଖାନାର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।