Categories: ଜାତୀୟ

ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ

ଉଜ୍ଜୈନ,୪।୪: ମଧ୍ୟପ୍ରଦେଶର ଉଜ୍ଜୈନରେ ଏକ ହସ୍ପିଟାଲରେ ନିଆଁ ଲାଗିଯାଇଛି। ରବିବାର ସକାଳ ୧୧.୩୦ ସମୟରେ ପାଟିଦାର ଫ୍ରିଗଞ୍ଜର ପାଟିଦାର ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଘଟଣାରେ କୌଣସି ମୃତାହତ ହୋଇନାହାଁନ୍ତି। ତେବେ ଡାକ୍ତରଖାନାରେ ଭର୍ତ୍ତି ଅନେକ ରୋଗୀ ନିଆଁରେ ପୋଡି ହୋଇଯାଇଥିଲେ। ଏହି ଅଗ୍ନିକାଣ୍ଡରେ ଡାକ୍ତରଖାନାର ଆଇସିୟୁ ୱାର୍ଡର ଶଯ୍ୟା ସମେତ ଅନ୍ୟାନ୍ୟ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା। ଘଟଣା ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଏବଂ ପୋଲିସ-ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୮୦ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସୂଚନାଯୋଗ୍ୟ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅନେକ ରୋଗୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ପ୍ରାୟ ଏକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇପାରେ। ଆଇସିୟୁ ୱାର୍ଡ ନିକଟରେ ଥିବା ଏକ ସ୍ଥାନରେ ସର୍ଟ ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି।

Share