Categories: ଜାତୀୟ

ସାଇ ମନ୍ଦିର ଛାତରେ ଲାଗିଲା ନିଆଁ

ଚେନ୍ନାଇ,୧୨।୧୧: ରବିବାର ସାରେ ତାମିଲନାଡୁର ରାଜଧାନୀ ଚେନ୍ନାଇର ମିଲାପୋର ସାଇ ବାବା ମନ୍ଦିର ଛାତରେ ଅଗ୍ନିକାଣ୍ଡ ଘଟିଛି। ତିନୋଟି ଅଗ୍ନିଶମ କେନ୍ଦ୍ରରୁ ୨୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି। ପୋଲିସ କହିଛି ଯେ ମନ୍ଦିରର ଛାତ ଉପରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ନିଆଁ ବିଷୟରେ ସୂଚନା ପାଇବା ପରେ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ତିନୋଟି ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ଏହି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।
ଅଗ୍ନିଶମ ବିଭାଗ କହିଛି ଯେ ସେମାନେ ମନ୍ଦିର ଛାତରେ ନିଆଁ ଲାଗିବାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ମନ୍ଦିର ଛାତରୁ ନିଆଁ ବାହାରୁଥିବା ସ୍ପଷ୍ଟ ଦେଖାଯାଉଛି। ମନ୍ଦିରକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଛି, କାରଣ ଭିଡିଓରେ ବାଉଁଶରେ ତିଆରି ଏକ ଫ୍ରେମ ମଧ୍ୟ ଦୃଶ୍ୟମାନ ହେଉଛ। ବିଶ୍ୱାସ କରାଯାଏ ଯେ ଏହି କାରଣରୁ ନିଆଁ ଶୀଘ୍ର ବ୍ୟାପିଗଲା।

Share