ଶପିଂ ମଲରେ ନିଆଁ, ଜୀବନ୍ତ ଜଳିଗଲେ ୯ ଜଣ, ଜଣେ ଆହତ

କରାଚି,୨୫।୧୧: ପାକିସ୍ତାନର କରାଚି ସ୍ଥିତ ରସିଦ ମିନହସ ରୋଡରେ ଅବସ୍ଥିତ ଆରଜେ ମଲରେ ଶନିବାର ଅଗ୍ନିକାଣ୍ଡରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଜଣେ ଆହତ ହୋଇଛନ୍ତି। କରାଚିରେ ସ୍ଥାନୀୟ ଡାକ୍ତରଖାନା ଏବଂ ପୋଲିସର ଅଧିକାରୀମାନେ ଡନ ନ୍ୟୁଜକୁ ସୂଚନା ଦେଇଛନ୍ତି ଯେ ଡାକ୍ତରଖାନାକୁ ୯ଟି ମୃତଦେହ ଅଣାଯାଇଛି। ଜିନ୍ନା ପୋଷ୍ଟ ଗ୍ରାଜୁଏଟ ମେଡିକାଲ ସେଣ୍ଟର୍‌ ଜେପିଏମସିକୁ ଗୋଟିଏ ଏବଂ ସିଭିଲ ହସ୍ପିଟାଲ କରାଚି (ସିଏଚକେ) କୁ ୮ଟି ମୃତଦେହ ଅଣାଯାଇଥିଲା। ସେ ଆହୁରି କହିଛନ୍ତି ଯେ ଜଣେ ୧୮ ବର୍ଷର ଆହତ ଝିଅକୁ ସିଭିଲ ହସ୍ପିଟାଲ କରାଚିରେ ଭର୍ତ୍ତି କରାଯାଇଥିଲା, ଯାହାର ମୃତ୍ୟୁ ହୋଇଥିଲା।
ଏହି ଘଟଣା ସମ୍ପର୍କରେ ଏକ ରିପୋର୍ଟ କରାଚିର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଛି। ଖବର ଅନୁଯାୟୀ, ଜିଲା ଡେପୁଟି କମିଶନର ଅଲତାଫ ଶେଖ କହିଛନ୍ତି ଯେ ଅଗ୍ନିକାଣ୍ଡ ପରେ ୨୨ଜଣଙ୍କୁ ମଲରୁ ଉଦ୍ଧାର କରାଯାଇ ଜିନ୍ନା ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଜେପିଏମସି ସ୍ଥାନାନ୍ତର କରାଯାଇଛି, ସେମାନଙ୍କ ମଧ୍ୟରୁ ଜଣେ ବାଟରେ ମୃତ୍ୟୁବରଣ କରିଛନ୍ତି। ଏହା ଉପରେ ଡିସି କହିଛନ୍ତି ଯେ ଚତୁର୍ଥ ମହଲା ପର୍ଯ୍ୟନ୍ତ କୋଠାକୁ ଖାଲି କରାଯାଇଥିବାବେଳେ ପଞ୍ଚମ ଏବଂ ଷଷ୍ଠ ମହଲାକୁ ଖାଲି କରାଯିବା କାର୍ଯ୍ୟ ଚାଲିଛି।

Share