ଟଣକାସାହି ସଂରକ୍ଷିତ ଜଙ୍ଗଲରେ ନିଆଁ

ଉଦଳା,୨୯।୧ (ଡି.ଏନ.ଏ): ଶୀତ ନ ସରୁଣୁ ବିଭିନ୍ନ ଜଙ୍ଗଲରେ ଏବେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। ୬ ଦିନ ପୂର୍ବେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ତିନିକୋଶିଆ ଜଙ୍ଗଲରେ ନିଅଁା ଲାଗିଥିଲା। ବନବିଭାଗ ଏହାକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଶନିବାର ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ଟଣକାସାହି ସଂରକ୍ଷିତ ଜଙ୍ଗଲରେ ନିଅଁା ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ, ଜଙ୍ଗଲରେ ଥିବା ବଡ଼ ବଡ଼ ମୂଲ୍ୟବାନ ଶାଗୁଆନ ଗଛ, ବହୁ ଔଷଧୀୟ ଗୁଳ୍ମ ପୋଡ଼ିଯାଇଛି। ଜଙ୍ଗଲରେ ଶୁଖିଲାପତ୍ର ପଡ଼ିଥିବାରୁ ନିଆଁ ଚାରିଆଡକୁ ବ୍ୟାପିଯାଇଥିଲା। ବନବିଭାଗ ପହଞ୍ଚତ୍ ୩ ଘଣ୍ଟା ପରିଶ୍ରମ ପରେ ଆୟତ୍ତ କରିବାରେ ସକ୍ଷମ ହୋଇଛି। ଜଙ୍ଗଲ ଭିତରେ ପୂର୍ବରୁ ପଡ଼ିଥିବା ଶୁଖିଲା ପତ୍ରକୁ ଅଲଗା କରିବାରେ ବନବିଭାଗ ହେଳା କରିଥିବାରୁ ନିଆଁ ଲାଗିଥିବା ପରିବେଶବିତ୍‌ କହିଛନ୍ତି। ତେବେ ଜଙ୍ଗଲରେ କେହି ଦୁର୍ବୃତ୍ତ ନିଅଁା ଲଗାଇ ଦେଇଥିବା ଆଶଙ୍କା କରାଯାଉଛି। ରେଞ୍ଜର ଅରୁଣ ବେହେରା କହିଛନ୍ତି, ଜଙ୍ଗଲରେ ନିଆଁ ଲଗିଥିବା ଖବର ପାଇ କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତକୁ ଆଣିଥିଲେ। ଘଟଣା ଉପରେ ବନ ବିଭାଗ ନଜର ରଖିଥିବା ସେ କହିଥିଲେ।