Categories: ଜାତୀୟ

କମଳା ନେହେରୁ ହସ୍ପିଟାଲରେ ଲାଗିଲା ନିଆଁ: ୪ ଶିଶୁ ମୃତ, ୩୬ ସୁରକ୍ଷିତ

ଭୋପାଳ,୯ ।୧୧: ମଧ୍ୟପ୍ରଦେଶ ଭୋପାଳର ହମିଦିୟା ହସ୍ପିଟାଲ କ୍ୟାମ୍ପସରେ ଥିବା କମଳା ନେହେରୁ ହସ୍ପିଟାଲରେ ସୋମବାର ରାତିରେ ନିଆଁ ଲାଗି ଯାଇଛି । ଏହା ବିଲଡିଂର ତୃତୀୟ ମହଲାରେ ଥିବା ପେଡିଆଟ୍ରିକ ବିଭାଗରେ ଲାଗିଯିବାରୁ ୱାର୍ଡରେ ଥିବା ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଆଁ ଲାଗିବା ସମୟରେ ସେଠାରେ ୪୦ ଶିଶୁ ଥିବା ବେଳେ ଅନ୍ୟ ୩୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଭିଭାବକମାନେ ସୁରକ୍ଷିତ ଥିବା ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ପ୍ରଥମେ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାଇଥିବା ବେଳେ ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଥିଲେ । ଘଟଣାର ସେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Share