ଜଙ୍ଗଲରେ ନିଅଆଁ : ଗାଁ ମୁହାଁ ହରିଣପଲ

ଠାକୁରମୁଣ୍ଡା,୨।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ନିହଣଗଣ୍ଡି ଗ୍ରାମ ଭିତରକୁ ଶନିବାର ସକାଳେ ହରିଣପଲ ପଶି ଆସିଥିଲେ। ସେଥିମଧ୍ୟରୁ ଗୋଟିଏ ହରିଣକୁ ଗ୍ରାମବାସୀ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଜଙ୍ଗଲରେ ନିଆଁ ଲାଗିବାର ୁ ବନ୍ୟ ଜନ୍ତୁ ଗଁା ଭିତରକୁ ପଶି ଆସୁଥିବା ନେଇ କୁହା ଯାଉଥିବା ବେଳେ ଶନିବାର ସକାଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଭୋର ସମୟରେ ଠାକୁରମୁଣ୍ଡା ବ୍ଲକ ନିକଟ ଜଙ୍ଗଲ ଭିତରୁ ହରିଣପଲ ନିହଣଗଣ୍ଡି ଗ୍ରାମ ଅତିକ୍ରମ କରି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟ ଜଙ୍ଗଲକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ହରିଣମାନଙ୍କୁ ଦେଖି କୁକୁର ଗୋଡ଼ାଇବାରୁ ଗୋଟିଏ ହରିଣ ଯାଇ ନ ପାରି ରହିଯାଇଥିଲା। ଗ୍ରାମବାସୀ କୁକୁର କବଳରୁ ହରିଣକୁ ଉଦ୍ଧାର କରିଥିଲେ।


 

Share