ଆଲଜେରିଆ ଜଙ୍ଗଲରେ ନିଆଁ: ଗଲାଣି ୩୪ ଜଣଙ୍କର ଜୀବନ

ଅଲଜିୟର୍ସ,୨୬।୭: ଉତ୍ତର ଆଲଜେରିଆର ଜଙ୍ଗଲ, ଗ୍ରାମ ଏବଂ ସହରଗୁଡ଼ିକରେ ଲାଗିଥିବା ଅଗ୍ନିକାଣ୍ଡରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ବୈଦେଶିକ ଗଣମାଧ୍ୟମ ଅନୁଯାୟୀ, ଆଲଜେରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ରାତିରେ ସୂଚନା ଦେଇଛି ଯେ, ମୃତକଙ୍କ ମଧ୍ୟରେ ୧୦ ଜଣ ସୈନିକ ଅଛନ୍ତି। ବେଜିଆ ଅଗ୍ନିକାଣ୍ଡରେ ଆଲଜେରିଆର ଉତ୍ତର ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡରେ ୧୯୩ ଜଣ ଆହତ ହୋଇଛନ୍ତି, ଯେଉଁମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଧିକାରୀ କହିଛନ୍ତି ଯେ, ପାଖାପାଖି ୮୦୦୦ଅଗ୍ନିଶମ କର୍ମଚାରୀ, ୫୩୦ ଟ୍ରକ ଏବଂ ସାମରିକ ଅଗ୍ନିଶମ ବିମାନ ମିଳିତ ଭାବେ କାମ କରି ନିଆଁକୁ ନିୟନ୍ତ୍ରଣ କରିଛନ୍ତି।

Share