ପାରଶନାଥ ଏମ୍ପୋରିୟମରେ ନିଆଁ

ନବରଙ୍ଗପୁର,୩୧।୩(ବି.ପ୍ର.): ନବରଙ୍ଗପୁର ସହର ମୁଖ୍ୟ ରାସ୍ତା ତଥା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପାରଶନାଥ ଏମ୍ପୋରିୟମ ଲୁଗାଦୋକାନରେ ନିଆଁ ଲାଗିଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରି ନ ଥିଲା। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରି ନାହିଁ। ପ୍ରକାଶ ଯେ, ଅପରାହ୍ନ ପ୍ରାୟ ୪ଟାରେ ଲୁଗା ଦୋକାନରେ ହଠାତ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ନିଆଁ ଲାଗିବାଦ୍ୱାରା ସହର ଏବେ ଧୂଆଁ ବଳୟରେ ରହିଛି। ଜିଲାପାଳ ଅଜିତ୍‌ କୁମାର ମିଶ୍ର, ଏସ୍‌ପି ପ୍ରହଲ୍ଲାଦ ସାହଇ ମୀନା, ତହସିଲଦାର ରବୀନ୍ଦ୍ର ରାଉତଙ୍କ ସମେତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକତରଫା ରାସ୍ତା କରିବାକୁ ପୋଲିସ ବାଧ୍ୟ ହୋଇଥିଲା। ତେବେ ବିଦ୍ୟୁତ ଶର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Share