ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ

ସଜନାଗଡ଼,୧୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ସ୍ଥିତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ଫଳରେ ବହୁ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମୀଭୂତ ହୋଇଯାଇଛି। ତୃଣଭୋଜୀ ପ୍ରାଣୀମାନେ ବିଶେଷ ପ୍ରଭାବିତ ହେବା ସହ ସଂଲଗ୍ନ ଗାଁ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଭାଲୁକାଶୁଣି ଛକ ନିକଟରେ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଗ୍ରାମବାସୀ ନିଆଁ ଲିଭାଉଥିବା ବେଳେ ବନ ବିଭାଗ ପାଖରେ ଖବର ନ ଥିବା ଜଣାପଡ଼ିଛି। କେହି ଅସାମାଜିକ ବ୍ୟକ୍ତି ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ଗତ ବର୍ଷ ମଧ୍ୟ ଉକ୍ତ ଜଙ୍ଗଲରେ ନିଆଁ ଲାଗିଥିଲା।

Share