Categories: ଜାତୀୟ

ଉଦୟପୁର-ଖଜୁରାହୋ ଇଣ୍ଟରସିଟି ଇଞ୍ଜିନରେ ଅଗ୍ନିକାଣ୍ଡ…

ଗ୍ବାଲିୟର,୧୯।୮ : ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା ଘଟିଛି। ଶନିବାର ଗ୍ବାଲିୟର ଏକ୍ସପ୍ରେସ ଟ୍ରେନର ଇଞ୍ଜିନରେ ହଠାତ ଅଗ୍ନିକାଣ୍ଡ ଘଟି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯାତ୍ରୀମାନେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଆତଙ୍କିତ ହୋଇ ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ସୂଚନା ପାଇବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଏହି ଘଟଣାର କାରଣ ଅନୁସନ୍ଧାନ କରାଯାଉଛି।

ଟ୍ରେନ ନମ୍ବର ୧୯୬୬୬ଉଦୟପୁର ସହରରୁ ଖଜୁରାହୋରେ ପହଞ୍ଚିଥିଲା। ଟ୍ରେନ ଉଦୟପୁରରୁ ରାତି ୧୦ଟା ୧୫ରେ ଛାଡି ଏହାର ପରଦିନ ସା ୬ ଟା ୫୦ ରେ ଖଜୁରାହୋରେ ପହଞ୍ଚିଥାଏ। ମଧ୍ୟପ୍ରଦେଶର ଉଦୟପୁର ଖଜୁରାହୋ ଏକ୍ସପ୍ରେସ ଟ୍ରେନର ଇଞ୍ଜିନରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖି ଗ୍ବାଲିୟରର ସିଥୋଲି ରେଳ ଷ୍ଟେଶନରେ ଟ୍ରେନ ଅଟକି ରହିଲା। ଟ୍ରେନରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଟ୍ରେନ ଅଟକିବା ମାତ୍ରେ ଲୋକମାନେ ଓହ୍ଲାଇ ପଡ଼ିଥିଲେ। ଏହା ପରେ ମୋଟର ପାଇଲଟ ନିକଟସ୍ଥ ଷ୍ଟେଶନ ମାଷ୍ଟରଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଇଞ୍ଜିନ ବଦଳାଇବା କାମ ଚାଲିଛି ।

ଦୁର୍ଘଟଣା ଯୋଗୁ ଏହି ମାର୍ଗକୁ ଆସୁଥିବା ଟ୍ରେନ ଗୁଡିକ ଘଟଣା ପୂର୍ବରୁ ଅଟକି ଯାଇଥିଲା। ଖୁବ ଶୀଘ୍ର ଟ୍ରେନ ଅନ୍ୟ ଏକ ଇଞ୍ଜିନ ସ୍ଥାପନ କରି ଗନ୍ତବ୍ୟ ସ୍ଥଳକୁ ପଠାଯିବ।

Share