ରାଜନଗର,୩।୫(ଡି.ଏନ୍‌.ଏ.): ଭାରତର ଦ୍ୱିତୀୟ ବୃହତ୍ତମ ଲୁଣା ଜଙ୍ଗଲ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ତାଳଚୁଆ ବିଟ୍‌ର ହାତିଆଗଣ୍ଡ ଗଁା ନିକଟରେ ଥିବା ହେନ୍ତାଳବଣରେ ସୋମବାର ମଧ୍ୟାହ୍ନରେ ଆକସ୍ମିକ ନିଅଁା ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ଗୁଅଁା, ହେନ୍ତାଳ, ବନି, ରାଇ ପ୍ରଭୃତି ବିରଳ ଲୁଣା ଗଛଗୁଡିକ ନଷ୍ଟ ହୋଇଯାଇଛି। ଜଙ୍ଗଲରେ ନିଅଁା ଲାଗିବା ଦେଖି ସ୍ଥାନୀୟ ଲୋକେ କନିକା ରେଞ୍ଜ ଅଫିସର ମାନସ କୁମାର ଦାସଙ୍କୁ ଜଣାଇଥିଲେ। ରେଞ୍ଜ ଅଫିସର ଦାସଙ୍କ ସମେତ ଫରେଷ୍ଟର ଲକ୍ଷ୍ମୀଧର ହଁାସଦା, ଫରେଷ୍ଟଗାର୍ଡ ଦୁଃଖୀରାମ ହଁାସଦା, ଗୋରା ଚାନ୍ଦ, ଛତିଶ ଲାକ୍ରା ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିକୁ ଆୟତ୍ତ କରାଯାଇଥିଲା। ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଜଙ୍ଗଲଟି ରକ୍ଷା ପାଇଯାଇଛି। ଏହି ଅଗ୍ନିକାଣ୍ଡରେ ୦.୫ ହେକ୍ଟର ଜଙ୍ଗଲ ପୋଡ଼ି ଯାଇଥିବା ରେଞ୍ଜ ଅଫିସର ଦାସ ସୂଚନା ଦେଇଛନ୍ତି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି କିମ୍ବା କୌଣସି ଶିକାରୀଙ୍କ ଦ୍ୱାରା ଏହି ନିଆଁ ଲଗାଯାଇଛି, ଏ ନେଇ ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି।

Share