Categories: ଜାତୀୟ

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୨୨।୧୦: ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଏକ ଆବାସିକ କୋଠାର ୧୯ତମ ମହଲାରେ ଏକ ଲେଭଲ -୪ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏବେ ନିଆଁ ନିୟନ୍ତ୍ରଣରେ ରହିଛି ଓ ଏହା ପୁନର୍ବାର ନ ହେବା ପାଇଁ ଉଦ୍ୟମ ଚାଲିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତେବେ ଏହି ଘଟଣା ସହରର ବିଳାସପୂର୍ଣ୍ଣ ୱାନ ଆଭିଗନା ପାର୍କ ସୋସାଇଟ୍‌ରେ ଘଟିଛି।

ସୂଚନାନୁସାରେ, ଅଗ୍ନିକାଣ୍ଡରେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଅରୁଣ ତିୱାରୀ । ବୟସ ୩୦। କେଇଏମ୍‌ ହସ୍ପିଟାଲ୍‌ର ଜଣେ ବରିଷ୍ଠ ଅଧିକାରୀ ତାଙ୍କ ବିଷୟରେ ସୂଚନା ଦେଇଛନ୍ତି। ମୁମ୍ବାଇ ମେୟର କିଶୋରୀ ପେଡନେକର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଅଗ୍ନିକାଣ୍ଡ ବେଳେ ଜଣେ ବ୍ୟକ୍ତି ୧୯ତମ ମହଲାରୁ ଖସିପଡୁଥିବାର ଦେଖାଯାଇଥିଲା। ଘଟଣାର ଗୁଜବ ପ୍ରକାଶ ନ କରିବାକୁ ପେଡେନକର ନିବେଦନ କରିଛନ୍ତି।

Share