Categories: ଜାତୀୟ

ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ମୁମ୍ବାଇ,୨୯।୧: : ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ୍‌ ଗାଡି ନଂ- ୧୨୯୯୩ରେ ଭୟଙ୍କର ଅଗ୍ନିକାଣ୍ଡ । ମହାରାଷ୍ଟ୍ର ନନ୍ଦୁରବର ଷ୍ଟେସନକୁ ପଶୁଥିବା ବେଳେ ଶନିବାର ଏହି ଘଟଣା ଘଟିଛି। ଏ ନେଇ ଓ୍ବେଷ୍ଟର୍ଣ୍ଣ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍‌ର ପ୍ୟାଣ୍ଟ୍ରି କାର୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି।
ସୂଚନାନୁସାରେ, ଏହି ଏକ୍ସପ୍ରେସ୍‌ ଟ୍ରେନ ଗାନ୍ଧୀଧାମରୁ ପୁରୀ ଆସୁଥିଲା। ମହାରାଷ୍ଟ୍ର ନନ୍ଦୁରାବର ଷ୍ଟେସନ ନିକଟରେ ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ୍‌ରେ ହଠାତ୍‌ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଏହାପରେ ଟ୍ରେନ୍‌କୁ ଅଟକାଯାଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କେମିତି ଲାଗିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ଏବେ ଯାଏ କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Share