Categories: ଜାତୀୟ

ହମ୍‌ସଫର ଏକ୍ସପ୍ରେସ୍‌ରେ ନିଆଁ

ଅହମଦାବାଦ,୨୪ା୯: ଗୁଜରାଟର ଭାଲସାଦ ଷ୍ଟେଶନ ନିକଟରେ ତିରୁଚିରାପଲ୍ଲୀ- ଶ୍ରୀଗଙ୍ଗାନଗର ହମ୍‌ସଫର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଶନିବାର ଅପରାହ୍ନରେ ଟ୍ରେନ୍‌ଟି ଭାଲସାଦ ଷ୍ଟେଶନ ଛାଡ଼ିବା ପରେ ଜେନେରେଟର କୋଚ୍‌ରୁ ନିଆଁ ବାହାରି ପାଖ ବଗିରେ ଲାଗିଯାଇଥିଲା। ଟ୍ରେନ୍‌କୁ ଅଟକାଯିବା ପରେ ସମସ୍ତ ଯାତ୍ରୀ ବାହାରିଯାଇଥିଲେ। କେହି ଆହତ ହୋଇନାହାନ୍ତି।

Share