ଚମ୍ପୁଆ, ୨୩।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ନୂଆଗାଁଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ୍ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଆରୋହୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୟୂରଭଞ୍ଜ ଜିଲା ରରୁଆଁ ଅଞ୍ଚଳର ଶ୍ରବଣ କୁମାର ମହାନ୍ତି ଚମ୍ପୁଆ ଅଞ୍ଚଳରୁ କାମ ସାରି ବାଇକ୍ ( ନଂ. ଓଡି୦୯ଟି ୮୪୭୧) ଯୋଗେ ରରୁଆଁ ଫେରୁଥିବା ବେଳେ ସାତକୁଟୁଣିଆ ହୁଡି ନିକଟରେ ବାଇକ୍ରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଅଳ୍ପ ଦୂରରେ ଥିବା ନୁଆଗାଁ ଛକଠାରେ ଗାଡିଟି ଠିଆ କରିବାରୁ ହଠାତ୍ ନିଆଁ ହୁତ ୁହୁତୁ ହୋଇ ଜଳିବାକୁ ଲାଗିଲା। ଫଳରେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ପୋଡିଯାଇଥିଲା। ସୌଭାଗ୍ୟବଶତଃ ଆରୋହୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।