ଅନୁଗୋଳ ଅଫିସ,୯।୫: ଅନୁଗୋଳ ଜିଲା ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ରବିବାର ସହରରେ ଥିବା ବିଭିନ୍ନ ଶପିଂ ମଲ୍ରେ ଅଗ୍ନି ନିରାପତ୍ତା ଏବଂ ନିରାପତ୍ତା ନିୟମ ସମ୍ପର୍କରେ ଯାଞ୍ଚ କରିଛନ୍ତି। ଏହି ଦଳ ଷ୍ଟାଇଲ ବଜାର, ହୁଲୁରିସିଙ୍ଗାରେ ଥିବା ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର, ଶଙ୍କର ସିନେମା ହଲସ୍ଥିତ ଏମ. ବଜାର ଶପିଂ ମଲ ଯାଞ୍ଚ କରିଥିଲେ। ଗୋଟିଏ ମଲ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯଥେଷ୍ଟ ଉପଲବ୍ଧ ନ ଥିବା ଦେଖିବାକୁ ପାଇଥିଲେ। ସେହିପରି ଅନ୍ୟ ଦୁଇଟି ଶପିଂ ମଲରେ ଅବଶିଷ୍ଟ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନ ଥିବା ମଧ୍ୟ ଦେଖିଥିଲେ। କେବଳ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପଲବ୍ଧ ଥିବା ଜଣାପଡ଼ିଥିଲା। ଏ ନେଇ ଉକ୍ତ ମଲ୍ ଗୁଡ଼ିକକୁ ନୋଟିସ ଜାରି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।