Advertisement

କୋଭିଡ୍‌ ହସ୍ପିଟାଲରେ ପ୍ରତି ୧୫ ଦିନରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ଏଥର ପ୍ରତି ୧୫ ଦିନରେ ପ୍ରତ୍ୟେକ କୋଭିଡ୍‌ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଯାଞ୍ଚ କରାଯିବ। କଟକସ୍ଥିତ ସଦ୍‌ଗୁରୁ ହସ୍ପିଟାଲରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ଏପରି ନିର୍ଦ୍ଦେଶାବଳୀ ଜାରି କରିଛି। ହସ୍ପିଟାଲରେ ହଠାତ୍‌ କୌଣସି ଅଘଟଣ ଘଟିଲେ ଏଠାରେ ମହଜୁଦ ଥିବା ସମ୍ବଳରେ ଏହାର ମୁକାବିଲା କରାଯାଇପାରିବ। ଏଥସହିତ କୋଭିଡ୍‌ ହସ୍ପିଟାଲରେ ଜଣେ ଜରୁରିକାଳୀନ ଅଫିସର ଦାୟିତ୍ୱରେ ରହିବେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share