ସ୍କୁଲରେ ଜଳିଗଲେ ୨୦ ଛାତ୍ରୀଛାତ୍ର

ନିଆମେ,୯।୧୧: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ନାଇଜର ଦ୍ୱିତୀୟ ବୃହତ୍‌ ସହର ମାରାଡି ସ୍ଥିତ ଏକ ପ୍ରାଥମିକ ସ୍କୁଲରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ବୟସ ୩ରୁ ୮ ବର୍ଷ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଉକ୍ତ ଅସ୍ଥାୟୀ ସ୍କୁଲ ଉପରେ ନଡ଼ା ଛପର ଥିବାରୁ ସହଜରେ ନିଆଁ ବ୍ୟାପିଯାଇଥିଲା। ଗତ ଏପ୍ରିଲରେ ମଧ୍ୟ ଏକ ଅନୁରୂପ ଅଗ୍ନିକାଣ୍ଡରେ ୨୦ ଶିଶୁଙ୍କ ଜୀବନ ଯାଇଥିଲା। ଅଗ୍ନିକାଣ୍ଡକୁ ନେଇ ୟୁନିସେଫ୍‌ ପ୍ରତିନିଧି ଷ୍ଟେଫାନୋ ସାଭି ଶୋକବ୍ୟକ୍ତ କରିଛନ୍ତି।

Share