ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ: ଏସ୍‌ଡିପିଓ, ତହସିଲଦାରଙ୍କୁ ଗୋଡେଇ ପିଟିଲେ

ଫୁଲବାଣୀ/ଫିରିଙ୍ଗିଆ, ୫।୮(ରାକେଶ କୁମାର ରାଉତ/ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଉତ୍ୟକ୍ତ ଲୋକ ଥାନା ପୋଡି ଦେଇଛନ୍ତି। ଶନିବାର ଫିରିଙ୍ଗିଆ-ବାଲିଗୁଡା ମୁଖ୍ୟ ରାସ୍ତାକୁ ଉତ୍ୟକ୍ତ ଲୋକ ଅବରୋଧ କରିଛନ୍ତି। ସେମାନଙ୍କୁ ବୁଝାଇବାକୁ ଯାଇଥିବା ସଦର ଏସ୍‌ଡିପିଓ ସୁପ୍ରଶନ୍ନ ମଲ୍ଳିକ, ତହସିଲଦାର ଏମ୍‌ ଅନୁରାଧାଙ୍କୁ ଲୋକେ ଲୋକେ ଗୋଡାଇ ଗୋଡାଇ ପିଟିଛନ୍ତି। ଏହାପରେ ଥାନା ଭିତରେ ପସି ପୋଡା ଜଲା କରିବା ସହ ଜବତ ଗାଡିକୁ ଲୁଟି ନେଇଛନ୍ତି। ଏହାପରେ ଉତ୍ୟକ୍ତ ଜନତା ଥାନା ଭିତରକୁ ପ୍ରବଳ ଟେକା ପଥମ ମାଡ କରିଛନ୍ତି। ଘଟଣାସ୍ଥଳରେ ଫୋର୍ସ ଅଧିକ ନ ଥିବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି।

ସୂଚନାଯୋଗ୍ୟ, ଫିରିଙ୍ଗିଆ ଥାନା ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ କରି ଏବଂ ଥାନାଧିକାରୀ ତପନ କୁମାର ନାହାକଙ୍କ ଗିରଫ ଦାବିରେ ଲୋକେ ରାସ୍ତାରୋକ କରିଥିଲେ। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଆସି ରାସ୍ତା ଅବରୋଧ କରିଥିଲେ। ପ୍ରାୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ ଚାଲିଥିଲା। ସଦର ଏସଡିପିଓ ମଲ୍ଲିକ ଏବଂ ତହସିଲଦାର କିଛି ଫୋର୍ସଙ୍କ ସହ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଉତ୍ୟକ୍ତ ଲୋକେ ଠେଲା ପେଲା ଆରମ୍ଭ କରି ଦେଇଥିଲେ। ଏହାପରେ ଉଭୟଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ। ପରେ ସେମାନେ କିଛି ଫୋର୍ସଙ୍କ ସହ ଆସି ଥାନାରେ ପହଞ୍ଚିଥିଲେ। ହେଲେ ଲୋକେ ସେଠାକୁ ମଧ୍ୟ ଗୋଡେଇ ଆସି ଥାନା ଭିତରକୁ ପଶିଥିଲେ। ସେଠାରେ ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହାପରେ ପରିସ୍ଥିତି ଅଣାୟତ ହୋଇପଡିଥିଲା। ଖବର ଅନୁସାରେ ଏସଡିପିଓ ଏବଂ ତହସିଲଦାର ଘଟଣାରେ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସ ପାରାୟଣ ନିମନ୍ତେ ପ୍ରସ୍ତୁତି ସଭା

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଶ୍ରୀ ରାମଦୟା ପରିଷଦ ଶାଖା ଆନୁକୂଲ୍ୟରେ ବଜାର ସିଂହଦ୍ଵାର ଛକଠାରେ ଆସନ୍ତା ଏପ୍ରିଲ ୧୮ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ନବଦିନାତ୍ମକ...

ଘୁମୁସର ବନଖଣ୍ଡକୁ ଜଗିବ ଏଆଇ କ୍ୟାମେରା: କାଠମାଫିଆ, ଶିକାରୀ ହେବେ ସାବାଡ଼

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ବନ୍ୟପ୍ରାଣୀ ଶିକାର ଏବଂ କାଠଚୋରି ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବୈଷୟିକ ଜ୍ଞାନ କୌଶଳର ସହାୟତା...

ମୁଖ୍ୟମନ୍ତ୍ରୀଙ୍କ ଗାଁ ଧାନମଣ୍ଡି ନିରୀକ୍ଷଣ କଲେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶର ସାହୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଗାଁ ଧାନମଣ୍ଡି ପଳାଶପଙ୍ଗା ସେବା...

ଏପ୍ରିଲ ୨ରେ ଖଡ଼ିଛୁଆଁ: ପ୍ରବେଶ ଉତ୍ସବ ନେଇ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ

କୋରାପୁଟ,୨୩ା୩(ଅମିତାଭ ବେହେରା): ଆସନ୍ତା ଏପ୍ରିଲ ୨ରେ ଆରମ୍ଭ ହେବାକୁ ଥିବା ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ବଣ୍ଟନ ଆରମ୍ଭ ହୋଇଯାଇଛି।...

ବହି ଗୋଦାମରେ ବିସ୍ଫୋରଣରୁ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ବହି

ଜଗତସିଂହପୁର,୨୩।୩: ଜଗତସିଂହପୁର ଜନତା କୋଠି ଛକରେ ଥିବା ବହି ଗୋଦାମରେ ବିସ୍ଫୋରଣ ହେବା ସହ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବହି ଏବଂ...

ଟାଙ୍ଗଣାପଲ୍ଲୀ ପଞ୍ଚାୟତରେ ଭାଜପାର ମିଶ୍ରଣ ପର୍ବ; ଦଳ ଛାଡି…

ଛତ୍ରପୁର, ୨୩।୩( ଦିଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଟ ବଗଡ଼ ଗ୍ରାମ ନିକଟରେ ଭାଜପାର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ବିଧାୟକ...

ପିପିଲିରେ ଲଜ୍ଜା: ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ପିପିଲି,୨୩ା୩(ପ୍ରଭାତ କୁମାର ମହାପାତ୍ର): ପୁରୀ ଜିଲା ପିପିଲିରୁ ଏକ ଲଜ୍ଜା ଜନକ ଘଟଣା ସାମ୍‌ନାକୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ...

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ମହିଳା ଅସୁରକ୍ଷିତ: ନାରୀ ନିର୍ଯାତନା ବନ୍ଦ ନ ହେଲେ…

କେନ୍ଦୁଝର, ୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ରାଜ୍ୟରେ ମହିଳା ହିଂସା ସୀମା ଟପିଛି ବୋଲି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି। କେନ୍ଦୁଝର କଂଗ୍ରେସ ଭବନରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image