ଭୟଙ୍କର ଅଗ୍ନି ଘୂର୍ଣ୍ଣିବଳୟ, ଚେତାବନୀ ଦେଲା ପାଣିପାଗ ବିଭାଗ

ଓ୍ବାଶିଂଟନ୍‌,୧୯ା୮: ଆମେରିକା ଜଙ୍ଗଲରେ ନିଆଁ ଲାଗିଯାଇଛି। ଏହି କାରଣରୁ ନିକଟରେ ଏକ ଘୂର୍ଣ୍ଣିବଳୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଆମେରିକାର କାଲିଫର୍ନିଆର ଲୟଲଟନ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଇତିହାସରେ ପ୍ରଥମ ଥର ପାଇଁ ଆମେରିକାର ଜାତୀୟ ପାଣିପାଗ ବିଭାଗ ଏକ ଚେତାବନୀ ଦେଇଛି। ଜାଣନ୍ତୁ ଏ ସମ୍ପର୍କରେ…

ଅଗ୍ନି ଘୂର୍ଣ୍ଣିବଳୟକୁ ଅଗ୍ନି ଟର୍ନାଡୋ ମଧ୍ୟ କୁହାଯାଏ। ଆଜିକାଲି ଏହାକୁ ଫିରେନାଡୋ ମଧ୍ୟ କୁହାଯାଉଛି। ଯତେବେଳେ ସାଇକ୍ଲୋନିକ ପବନ ଉତ୍ତାପ, ଅଗ୍ନି ଏବଂ ଧୂଆଁ ଆଡ଼କୁ ଟାଣିଥାଏ ସେତେବେଳେ ଏକ ଅଗ୍ନି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ। ଏହାକୁ ଦେଖିଲେ ଲାଗେ ଯେ, ଭୂମିରୁ ନିଆଁର ଗୋଲାକାର ଘୂର୍ଣ୍ଣନ ତରଙ୍ଗ ଆକାଶ ଆଡ଼କୁ ଯାଉଛି। ଏହି ଦୃଶ୍ୟ ଅତ୍ୟନ୍ତ ବିରଳ। ଏହି ଅଗ୍ନି ଘୂର୍ଣ୍ଣିବଳୟର ମୁଖ୍ୟ କାରଣ ହେଉଛି ଉତ୍ତର କାଲିଫର୍ନିଆର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ।

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଅଗ୍ନି ଘୂର୍ଣ୍ଣିବଳୟ ଅତି ଭୟଙ୍କର ପାଗରେ ଦେଖାଯାଏ। ଏହା ସଂପୂର୍ଣ୍ଣ ଅଗ୍ନିରେ ପରିପୂର୍ଣ୍ଣ। ଯିଏ ତା’ର ପଥରେ ଆସେ, ସେ ସମ୍ପୂର୍ଣ୍ଣ ରୂପେ ପାଉଁଶ ହୋଇଯାଏ। ଅଗ୍ନିଶମ କର୍ମଚାରୀଙ୍କ ପାଇଁ ମଧ୍ୟ ଏହାର ମୁକାବିଲା କରିବା କଷ୍ଟକର।

ଯଦି ଅଗ୍ନି ଘୂର୍ଣ୍ଣିବଳୟ ପାଇଁ ସଠିକ ପାଗ ହୁଏ, ତେବେ ଏହା ଆକାଶରେ ୩୦ ହଜାର ଫୁଟ ପର୍ଯ୍ୟନ୍ତ ଯାଇପାରେ। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ୧୭୭ କିଲୋମିଟର ହୋଇଥାଏ। ବେଳେବେଳେ ଏହା ୨୭୦ କିଲୋମିଟରକୁ ମଧ୍ୟ ବୃଦ୍ଧି ପାଇଥାଏ।

Share