ଖାଦ୍ୟ ପ୍ରସ୍ତୁତ ବେଳେ ଅଗ୍ନିକାଣ୍ଡ

ବାଉଁଶୁଣୀ,୧୧ା୧(ଡି.ଏନ.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ସାହାଜପାଲ ଛକ ନିକଟରେ ଥିବା ଏକ ହୋଟେଲରେ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି । ହେଲେ ହୋଟେଲ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାସ ଚୁଲାରେ ଖାଦ୍ୟ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି କାରଣରୁ ଗ୍ୟାସ ଲିକ୍‌ ହୋଇ ସିଲିଣ୍ଡରରେ ନିଅଁା ଲାଗିଯାଇଥିଲା । ଦୋକାନ କର୍ମଚାରୀ ଓ ଗ୍ରାହକ ମିଶି ନିଆଁକୁ ଆୟତ୍ତ କରିବାରୁ ବଡ ଧରଣର ଅଗ୍ନିକାଣ୍ଡକୁ ଏଡାଇ ଦିଆଯାଇ ପାରିଥିଲା। ଖବର ପାଇ ବାଉଁଶୁଣୀ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

Share