Categories: ଖେଳ

ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ଶିବିର

ଭୁବନେଶ୍ୱର, ୧୧ା୧୨ (ବିଜୟ ରଣା): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ଶିବିର କଳିଙ୍ଗ ଷ୍ଟାଡିୟମର ୫୦ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଇଫଲ ଆସୋସିଏଶନର ଯୁଗ୍ମ ସମ୍ପାଦକ ତଥା ଆଇଏସ୍‌ଏସ୍‌ଏଫ୍‌ କୋଚ୍‌ ଆଶିଷ ନାୟକ ଓ କୋଷାଧ୍ୟକ୍ଷ ବଳଭଦ୍ର ଦାସ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ୩ ଦିନ ଧରି ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷାର୍ଥୀମାନଙ୍କୁ ରାଇଫଲ, ପିସ୍ତଲ ଓ ଶଟ୍‌ଗନ ସମ୍ବନ୍ଧୀୟ ବ୍ୟବହାର ବିଧି, ସୁରକ୍ଷା ନିୟମ, ବନ୍ଧୁକ ଚାଳନା ଓ ଯନତ୍ ଇତ୍ୟାଦି ପ୍ରଶିକ୍ଷଣ ଦିଆଯାଇଥିଲା। ୧୨ତମ ବ୍ୟାଚରେ ୧୫ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କୁ ଓଡ଼ିଶା ରାଇଫଲ ସଂଘ ସଭାପତି ଡ. ଗୌରି ମହାନ୍ତି ପ୍ରମାଣପତ୍ର ପ୍ରଦାନ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟ ରାଇଫଲ ସଂଘ ସମ୍ପାଦକ ଡ. ହରି ପ୍ରସାଦ ପଟ୍ଟନାୟକ ଓ ଜାତୀୟ ରାଇଫଲ ସଂଘର ବରିଷ୍ଠ ଉପ ସଭାପତି କଳିକେଶ ନାରାୟଣ ସିଂଦେଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

 

Share